CORONAVIRUS UPDATE: କଳାହାଣ୍ଡିରେ ଆଉ ୧୧ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ଅପରାହ୍ନରେ କଳାହାଣ୍ଡି ଜିଲାରେ ଆଉ ୧୧ କରୋନା ପଜିଟଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାା ୧୦୬୩କୁ ପହଞ୍ଚିଛି। ନୂଆ ଚିହ୍ନଟ ହୋଇଥିବା ୧୧ଆକ୍ରାନ୍ତଙ୍କ ମଧ୍ୟରୁ ୧୦ଜଣ ବାହାର ରାଜ୍ୟ ଫେରନ୍ତା। ସମସ୍ତେ ମହାରାଷ୍ଟ୍ର, ଗୁଜରାଟ ଓ ଛତିଶଗଡ଼ରୁ ଫେରିଥିଲେ। ସମସ୍ତ ଆକ୍ରାନ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟରର ଥିବା ବେଳେ ଅନ୍ୟ ଜଣଙ୍କ ଆକ୍ରାନ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟରର ସୁପରଭାଇଜର ବୋଲି ଜଣାପଡ଼ିଛି। ଏନେଇ କଳାହାଣ୍ଡି ଜିଲାପାଳ ଗାଭାଲି ପରାଗ ହର୍ଷଦ ସୂଚନା ଦେଇଛନ୍ତି। ନୂଆ ପଜିଟିଭ୍‌ଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୩କୁ ବୃଦ୍ଧି ପାଇଥିବା ବେଳେ ୩୪୩ ଜଣ ସୁସ୍ଥ ଓ ୬ ଜଣଙ୍କ ମୃତ୍ୟୁ ଘଟିଛି। ବାକି ଅନ୍ୟ ଆକ୍ରାନ୍ତ ଏବେ ଚିକିତ୍ସିତ ହେଉଛନ୍ତି।

Share