CORONAVIRUS UPDATE: ଗଞ୍ଜାମରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୦ ଟପିଲା

ଭୁବନେଶ୍ୱର,୧୦।୫:(ବ୍ୟୁରୋ)- ଗଞ୍ଜାମ ଜିଲ୍ଲାରେ କରୋନା ତାଣ୍ଡବ ରଚିଛି। ରବିବାର ଜିଲାରେ୨୯ ପଜିଟିଭ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୦ ଟପିବାରେ ଗଂଜାମ ପ୍ରଥମ ଜିଲା। ଏଥି ସହ ଜିଲାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।