CORONAVIRUS UPDATE: ନୂଆ ୭ ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ କଲେ ରାଜ୍ୟ ସରକାର: ମୋଟ ସଂଖ୍ୟା ୧୧୮ ଛୁଇଁଲା

ଭୁବନେଶ୍ୱର, ୨୮।୪(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସୁନ୍ଦରଗଡ଼ର ୪ ଓ ଭଦ୍ରକ ଜିଲାର ୩ ଜଣ ଅଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି।

ରାଉରକେଲାର ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ ମହିଳା ଓ ୨ ଯୁବକ ରହିଛନ୍ତି। ୨ ମହିଳାଙ୍କ ବୟସ ଯଥାକ୍ରମେ ୫୫ ଓ ୩୫ ବର୍ଷ ହୋଇଥିବା ବେଳେ ୨ ଯୁବକଙ୍କ ବୟସ ୩୮ ଓ ୨୭ ବର୍ଷ। ସେହିପରି ଭଦ୍ରକର ୩ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ବାସୁଦେବପୁର ବ୍ଲକର ହୋଇଥିବା ବେଳେ ଆଉ ଜଣେ ବନ୍ତ ବ୍ଲକର। ସମସ୍ତ ଆକ୍ରାନ୍ତ ପୁରୁଷ। ସେମାନଙ୍କ ବୟସ ଯଥାକ୍ରାମେ ୪୫, ୨୮ ଓ ୨୯ ବର୍ଷ। ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗ ଲିଙ୍କ୍‌ ଥିବା ଜଣାପଡ଼ିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

କରୋନାରେ ଆଜି ସୁଦ୍ଧା ୧୧୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ୩୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୦ ଜଣ ଚିକିତ୍ସାଧୀନ ରହିଛନ୍ତି।

Share