ଭୁବନେଶ୍ୱର, ୪।୬(ବ୍ୟୁରୋ): ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ୧୪, ଜଗତସିଂହପୁର-କେନ୍ଦ୍ରାପଡ଼ାର ୧୦, ଭଦ୍ରକର ୮, କେନ୍ଦୁଝରର ୭, ବଲାଙ୍ଗୀରର ୬, ଖୋର୍ଦ୍ଧାର ୩, ବାଲେଶ୍ୱର-ଯାଜପୁରର ୨, ଢେଙ୍କାନାଳ-ଝାରସୁଗୁଡ଼ା-କନ୍ଧମାଳର ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୧,୪୮୧କୁ ବୃଦ୍ଧି ପାଇଛି।