ଭଦ୍ରକ ଅଫିସ,୬।୬: ଭଦ୍ରକ ଜିଲାରେ ଶନିବାର ସକାଳେ ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସମସ୍ତ ଗୁଜରାଟ ଫେରନ୍ତା ହୋଇଥିବା ବେଳେ ସେମାନେ ସଙ୍ଗରୋଧ ଗୃହରେ ରହିଥିଲେ। ତେବେ ୪ଆକ୍ରାନ୍ତ ବାସୁଦେବପୁର, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି। ଏନେଇ ଭଦ୍ରକ ଜିଲାପାଳ ସୂଚନା ଦେଇଛନ୍ତି।