CORONAVIRUS UPDATE: ଭଦ୍ରକରେ କରୋନା ଆକ୍ରାନ୍ତ ସଂଖ୍ୟା ୧୯

ଭଦ୍ରକ ଅଫିସ,୨୮।୪: ରାଜ୍ୟରେ ମଙ୍ଗଳବାର ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତ। ଏମାନଙ୍କ ମଧ୍ୟରୁ ୩ଜଣ ଭଦ୍ରକ ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି। ଚିହ୍ନଟ ୩ଜଣଙ୍କ ମଧ୍ୟରୁ ୨ଜଣ ବାସୁଦେବପୁର ବ୍ଲକର ଏବଂ ଜଣେ ବନ୍ତ ବ୍ଲକର। ଏହାକୁ ମିଶାଇ ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଁଚିଛି। ମଙ୍ଗଳବାର ଚିହ୍ନଟ ଆକ୍ରାନ୍ତଙ୍କର କଲିକତା ଲିଙ୍କ ରହିଥିବା ସୂଚନା ଦିଆଯାଅଛି। ତେବେ ଏଥର ନୂଆ ଭାବେ ଆକ୍ରାନ୍ତ ତାଲିକାରେ ବନ୍ତ ବ୍ଲକ ସାମିଲ ହୋଇଛି।

Share