CORONAVIRUS UPDATE: ଭୁବନେଶ୍ୱର, ଜଗତ୍‌ସିଂହପୁର ହେଲା କରୋନା ମୁକ୍ତ

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଓ ଜଗତ୍‌ସିଂପୁର କରୋନା ମୁକ୍ତ ହୋଇଛି। ଏଠାରେ ଆଉ ଗୋଟିଏ ହେଲେ କରୋନା ଆକ୍ଟିଭ କେସ୍‌ ନାହିଁ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ କରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୋମବାର ରାଜ୍ୟରେ ୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରେ ଗଞ୍ଜାମ ଜିଲାର ସର୍ବାଧିକ ୪୦ ଜଣ ରହିଥିବା ବେଳେ ଜଗତ୍‌ସିଂହପୁର ୫, ମୟୂରଭଞ୍ଜ ୪, ଭୁବନେଶ୍ୱର ୩, ବଲାଙ୍ଗୀରର ୨ ଓ ସୁନ୍ଦରଗଡ଼, ବାଲେଶ୍ୱର, କେନ୍ଦ୍ରାପଡ଼ାର ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ୨୭୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି।

Share