CORONAVIRUS UPDATE: ରାଜ୍ୟରେ ଆଉ ୪୮ ପଜିଟିଭ୍‌ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଲା

ଭୁବନେଶ୍ୱର,୧୫ା୫(ବ୍ୟୁରୋ) : ଶୁକ୍ରବାର ରାଜ୍ୟରେ ପୁଣି ୪୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୧୨, ବାଲେଶ୍ୱର ୧୨, ନୟାଗଡ଼ ୩, ଯାଜପୁର ୨, ପୁରୀ ୧୦, ଭଦ୍ରକ ୬, ଦେବଗଡ଼, ସୁନ୍ଦରଗଡ଼ ଏବଂ କଟକରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୭୨ ଆକ୍ରାନ୍ତଙ୍କ ମଧ୍ୟରୁ ୫୧୧ ଜଣ ଚିକିତ୍ସିତ ଅଛନ୍ତି। ୧୫୮ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି।

Share