CORONAVIRUS UPDATE: ରାଜ୍ୟରେ ଆଉ ୮୦ କରୋନା ପଜିଟିଭ୍‌ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି

ଭୁବନେଶ୍ୱର,୨୩।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଶନିବାର ସକାଳେ ରାଜ୍ୟରେ ଆଉ ୮୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୧୯, ଯାଜପୁରରେ ୧୪, ପୁରୀ ୧୭, ବାଲେଶ୍ୱର ୩, କଟକ ୧, ସୁନ୍ଦରଗଡ଼ ୫, ନୟାଗଡ଼ ୫, ବଲାଙ୍ଗୀର ୧, ମାଲକାନଗିରି ୫, କନ୍ଧମାଳ ୨, ଝାରସୁଗୁଡା ୩, ଗଜପତି ୪, ନବରଙ୍ଗପୁର ୧। ପ୍ରଥମ ଥର ଗଜପତି ଓ ନବରଙ୍ଗପୁର ଦୁଇ ନୂଆ ଜିଲାକୁ କରୋନା ବ୍ୟାପିଛି। ସୂଚନା ମୁତାବକ ଚିହ୍ନଟ ହୋଇଥିବା ୮୦ ଆକ୍ରନ୍ତଙ୍କ ମଧ୍ୟରୁ ୭୧ଜଣ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୨ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ ଏବଂ ଅନ୍ୟ ୭ଟି ଲୋକାଲ କେସ୍‌ ଥିବା ଜଣାପଡ଼ିଛି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ହୋଇଥିବା ବେଳେ ସେଥିମଧ୍ୟରୁ ୮୨୬ ଚିକିତ୍ସିତ, ୪୩୬ ସୁସ୍ଥ ଓ ୭ଜଣ ମୃତ୍ୟୁ ଘଟିଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି।

Share