CORONAVIRUS UPDATE: ରାଜ୍ୟରେ ଆଉ ୮ ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୧୬୬କୁ ବୃଦ୍ଧି

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ ଆଉ ୮ କରୋନା ଆକ୍ରାନ୍ତ ଶୁକ୍ରବାର ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଯାଜପୁରର ୪ଜଣ, ଭଦ୍ରକରୁ ୨ ଏବଂ ବାଲେଶ୍ୱର ଓ କେନ୍ଦୁଝର ଜିଲାର ଜଣେ ଲେଖାଏ ଥିବା ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧୬୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି।

 

ପ୍ରକାଶ ଯେ, ସକାଳେ ରାଜ୍ୟରେ ଆଉ ୪୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୭୨ ହୋଇଛି। ସେଥିରୁ ଆରୋଗ୍ୟ ହୋଇଛନ୍ତି ୧୬୬ଜଣ। ସେହିଭଳି ୩ଜଣଙ୍କ ମୃତ୍ୟୁ ଘଟିଛି।

Share