Advertisement

CORONAVIRUS UPDATE: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାା ୧୧୦୦ ଟପିଲା

ଭୁବନେଶ୍ୱର,୨୧।୫(ବ୍ୟୁରୋ): ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ଥମିବାରେ ନା ନେଉନି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ସକାଳେ ରାଜ୍ୟରେ ଆଉ ୫୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବୁଧବାର ଅପରାହ୍ନରେ କଳାହାଣ୍ଡିରେ ସର୍ବାଧିକ ୧୧ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି ହୋଇଛି। ତେବେ ଗୁରୁବାର ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ନୟାଗଡ଼ରେ ସର୍ବାଧିକ ୧୧, କଟକ ୯, ଯାଜପୁର ୫, ଗଞ୍ଜାମ ୪, ମୟୁରଭଞ୍ଜ ୩, ଅନୁଗୋଳ ୨, ଜଗତସିଂହପୁର ଓ ସମ୍ବଲପୁରରେ ୨ , ମାଲକାନଗିରି, ପୁରୀରେ ଜଣେ ଲେଖାଏ ରହିଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ନୂଆ ଆକ୍ରନ୍ତଙ୍କ ମଧ୍ୟରୁ ୪୮ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରର ହୋଇଥିବା ବେଳେ ୩ଟି ଲୋକାଲ କେସ୍‌ ରହିଥିବା ଜଣାପଡ଼ିଛି। ସମସ୍ତ ଆକ୍ରାନ୍ତ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେନେଇ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ସୂଚନା ମୁତାବକ ନୂଆ ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୭୫୩ଜଣ ଚିକିତ୍ସିତ ହେଉଥିବା ବେଳେ ୩୪୩ ସୁସ୍ଥ ଓ ୭ଜଣଙ୍କ ମୃତ୍ୟୁ ଘଟିଛି।

Share