CORONAVIRUS UPDATE: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ ଛୁଇଁଲା

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ରାଜ୍ୟରେ ସୋମବାର ଅପରାହ୍ନରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନେ କୋରାପୁଟ, ବାଲେଶ୍ୱର ଓ ଯାଜପୁର ଜିଲାର ଜଣେ ଲେଖାଏ ବୋଲି ଜଣାପଡ଼ିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକେ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।
ସେହିପରି ସୋମବାର ସକାଳେ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନେ ସମସ୍ତେ ବାଲେଶ୍ୱର ଜିଲାର ବୋଲି ସୂଚନା ମିଳିଥିଲା।
କରୋନାରେ ଆଜିସୁଦ୍ଧା ୧୧୧ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୩ କୋରାନା ଆକ୍ରାନ୍ତ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଜଣଙ୍କର ମୃତ୍ୟୁ ଘଟିଛି।

Share