CORONAVIRUS UPDATE: ରାଜ୍ୟରେ ପୁଣି ୧୬୫ ପଜିଟିଭ୍‌; ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ରେ ପହଞ୍ଚିଲା

ଭୁବନେଶ୍ୱର,୧୯ା୬(ବ୍ୟୁରୋ) : ଶୁକ୍ରବାର ରାଜ୍ୟରେ ପୁଣି ୧୬୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୦ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ୧୮ଟି ଜିଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ଗଜପତିରୁ ୨୮, ବାଲେଶ୍ୱରରୁ ୨୧ ଏବଂ କଟକରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୮, ଯାଜପୁର ୮, ନବରଙ୍ଗପୁର ୩, ନୟାଗଡ଼ ୧, ପୁରୀ ୭, ଜଗତସିଂହପୁର ୧, ଝାରସୁଗୁଡ଼ା ୨, ଅନୁଗୋଳ ୧, ମାଲକାନଗିରି ୧, ସୁନ୍ଦରଗଡ଼ ୬, ବଲାଙ୍ଗୀର ୨, ମୟୂରଭଞ୍ଜ ୩, କୋରାପୁଟର ଜଣେ ଚିହ୍ନଟ ହୋଇଥିବା ବେଳେ ପଶ୍ଚିମବଙ୍ଗରୁ ଅମ୍ପନ୍‌ ଡ୍ୟୁଟି ସାରି ଓଡ଼ିଶା ଫେରିଥିବା ୧୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୪୬୭୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩,୧୪୪ ଜଣ ସୁସ୍ଥ ହୋଇଛନ୍ତି। ୧୫୧୯ ଚିକିତ୍ସାଧୀନ ଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ଘଟିଛି।

Share