ଭୁବନେଶ୍ୱର, ୩୦।୫(ବ୍ୟୁରୋ): ରାଜ୍ୟରେ ଶନିବାର ଆଉ ୯୬ କରୋନା ପଜିଟିଭ ଚିହ୍ନଟ ହୋିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଛି। ତେବେ ସମସ୍ତ ନୂଆ ଆକ୍ରାନ୍ତ କ୍ୱାରାଣ୍ଟାଇନ କେନ୍ଦ୍ରର। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୮୧୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୩୩ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୯୭୭ ଜଣ ସୁସ୍ଥ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି।