CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୨ ଆକ୍ରାନ୍ତ, କେନ୍ଦ୍ରାପଡ଼ାର ସର୍ବାଧିକ

ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ଆଉ ୧୧୨ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୧,୭୧୬ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ମଧ୍ୟରେ କେନ୍ଦ୍ରାପଡ଼ାର ୩୩, ବଲାଙ୍ଗୀରର ୧୬, ଯାଜପୁରର ୧୧, ସୁନ୍ଦରଗଡ଼ର ୧୦, ଜଗତ୍‌ସିଂହପୁରର ୮, ଗଞ୍ଜାମର ୭, ଖୋର୍ଦ୍ଧାର ୭, କଟକ- ସୋନପୁରର ୪, ବାଲେଶ୍ୱର-ପୁରୀ-ସମ୍ବଲପୁରର ୩,ନୟାଗଡ଼ର ୨, ମୟୂରଭଞ୍ଜର ଜଣେ ଲେଖାଏ ସୁସ୍ଥ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରକାଶ ଯେ, ରାଜ୍ୟରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୭୮୧ରେ ପହଞ୍ଚିଥିବା ବେଳେ ୧,୦୬୫ ଆକ୍ଟିଭ୍‌ କେସ୍‌ ରହିଛି। ସେହିଭଳି ୮ଜଣଙ୍କ ମୃତ୍ୟୁ ଘଟିଛି।

Share