CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୩ ଆକ୍ରାନ୍ତ; ୩୨୦୦ ଛୁଇଁଲା ମୋଟ ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ଆଉ ୧୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ମଧ୍ୟରେ କଟକର ସର୍ବାଧିକ ୪୩ଜଣ ରହିଛନ୍ତି। ଏହାଛଡ଼ା ଜଗତସିଂହପୁରର ୨୧, କନ୍ଧମାଳର ୧୮, ଖୋର୍ଦ୍ଧାର ୧୨, ଭଦ୍ରକର ୧୧, ଗଜପତିର ୯, କଳାହାଣ୍ଡିର ୭, ବାଲେଶ୍ୱର-ଦେବଗଡ଼-ଗଞ୍ଜାମ-ମୟୂରଭଞ୍ଜ-ସୁନ୍ଦରଗଡ଼ର ୫ ଲେଖାଏ, ବଲାଙ୍ଗୀର-ଝାରସୁଗୁଡ଼ା-ନୟାଗଡ଼ର ୨ ଲେଖାଏ, କୋରାପୁଟର ଜଣେ ଅଛନ୍ତି। ଏହାକୁ ମିଶାଇ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୩୨୦୦ରେ ପହଞ୍ଚିଥିବା ବିଭାଗ ପକ୍ଷରୁ କୁହାଯାଇଛି।

Share