CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୬ ଆକ୍ରାନ୍ତ, ମୋଟ ସୁସ୍ଥଙ୍କ ସଂଖ୍ୟା ୩ ,୭୨୦ରେ ପହଞ୍ଚିଲା

ଭୁବନେଶ୍ୱର,୨୧।୬(ବ୍ୟୁରୋ): ରାଜ୍ୟରେ ଆଉ ୧୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ହଜାର ୭୨୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।
ରବିବାର ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କଟକର ସର୍ବାଧିକ ୬୨, କନ୍ଧମାଳ ୪୧, ଖୋର୍ଦ୍ଧା ୩୨,ଗଞ୍ଜାମ ୧୨, ମୟୁରଭଞ୍ଜ ୮, ଅନୁଗୋଳ ୭, କେନ୍ଦୁଝର ୫, ମାଲକାନଗିରି, ନୟାଗଡ ଏବଂ ପୁରୀରୁ ୪ ଜଣ ଲେଖାଏ, ବାଲେଶ୍ୱର, ଦେବଗଡ ଏବଂ ସୋନପୁରରୁ ୨ ଜଣ ଲେଖାଏ ଏବଂ ସୁନ୍ଦରଗଡରୁ ଜଣେ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Share