ଭୁବନେଶ୍ୱର,୨୧।୫(ବ୍ୟୁରୋ): ରାଜ୍ୟରେ ଆଉ ୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୫୦ରୁ ସର୍ବାଧିକ ୨୨ଜଣ ଗଞ୍ଜାମ ଜିଲାର ରହିଛନ୍ତି। ସେହିଭଳି ବାଲେଶ୍ୱରରୁ ୧୫, ଭଦ୍ରକରୁ ୫, ଯାଜପୁର ଓ ବୌଦ୍ଧରୁ ୩, ମୟୁରଭଞ୍ଜ ଓ ରାଉରକେଲରୁ ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୩୯୩ରେ ପହଞ୍ଚିଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି।
ପ୍ରକାଶ ଯେ, ସକାଳେ ରାଜ୍ୟରେ ୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୦୩ ହୋଇଛି। ସେଥିରୁ ୭୧୦ ଆକ୍ଟିଭ୍ କେସ୍ ରହିଥିବା ବେଳେ ୭ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଗଞ୍ଜାମରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।