CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୩ ଆକ୍ରାନ୍ତ, ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୧୦୫୦

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ରାଜ୍ୟରେ ଶନିବାର ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଅଦ୍ୟାବଧି ରାଜ୍ୟରେ ୧୦୫୦ ରୋଗୀ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜଣାପଡ଼ିଛି। ସୁସ୍ଥମାନଙ୍କ ମଧ୍ୟରେ ବୌଦ୍ଧରୁ ୨୮, ପୁରୀରୁ ୧୧, କେନ୍ଦ୍ରାପଡ଼ାରୁ ୧୦, କଟକରୁ ୯, ଖୋର୍ଦ୍ଧାରୁ ୭, ମାଲକାନଗିରି ଏବଂ ଅନୁଗୋଳରୁ ୨ ଜଣ ଲେଖାଏ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମ, ବାଲେଶ୍ୱର, ଯାଜପୁର ଏବଂ କନ୍ଧମାଳରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି।

Share