CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬ କରୋନା ଆକ୍ରାନ୍ତ, ସୁସ୍ଥ ସଂଖ୍ୟା ୧,୧୨୬

ଭୁବନେଶ୍ୱର,୩୧।୫(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୭୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲାରୁ ୧୭ ଜଣ, ଗଞ୍ଜାମରୁ ୧୬, ନୟାଗଡ଼ ଜିଲାରୁ ୧୧, କଳାହାଣ୍ଡି ଜିଲାରୁ୧୧ ଜଣ ଓ ଯାଜପୁରରୁ ୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବାଲେଶ୍ୱର ଓ ମୟୁରଭଞ୍ଜ ଜିଲାରୁ ୩ ଜଣ ଲେଖାଏଁ, ଅନୁଗୋଳ ଓ ଜଗତସିଂହପୁରରୁ ୨-୨ଜଣ, ଢେଙ୍କାନାଳ, କଟକ, ମାଲକାନଗିରି, ପୁରୀ, ସମ୍ବଲପୁର ଓ ସନ୍ଦରଗଡ଼ ଜିଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୧,୧୨୬ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୮୧୩ ସକ୍ରିୟ ଥିବା ସ୍ବାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share