CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୫ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୮୮୭କୁ ବୃଦ୍ଧି

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଯାଜପୁରରୁ ସର୍ବାଧିକ ୨୫ଜଣ ଅଛନ୍ତି। ସେହିଭଳି ଗଞ୍ଜାମର ୧୯, କଟକର ୯, ପୁରୀର ୮, ନୟାଗଡ଼-କେନ୍ଦ୍ରାପଡ଼ାର ୩, କନ୍ଧମାଳ-ବଲାଙ୍ଗୀରର ୨, କେନ୍ଦୁଝର-ବୌଦ୍ଧ-ସମ୍ବଲପୁର-ଖୋର୍ଦ୍ଧାର ଜଣେ ଲେଖାଏ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୮୮୭କୁ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ତେବେ ସକାଳେ ରାଜ୍ୟରେ ନୂଆ ୬୭ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏଣୁ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୬୦ ଛୁଇଁଛି।

Share