CORONAVIRUS UPDATE: ସୁନ୍ଦରଗଡ଼ ଜିଲାରେ ଆଉ ୪କରୋନା ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼,୨୮।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ମଙ୍ଗଳବାର ପୁଣି ଆଉ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୦ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ୪କରୋନା ଆକ୍ରାନ୍ତ ରାଉରକେଲା ନାଲା ରୋଡ ଅଞ୍ଚଳର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଜିଲାରେ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାପ୍ରଶାସନ ତତ୍ପରତା ଦେଖାଇଛି। ବିଶ୍ରା ଓ ରାଉରକେଲା ନାଲା ରୋଡ ଅଞ୍ଚଳକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ଜିଲା ପ୍ରଶାସନ। ଅପରପକ୍ଷେ ବର୍ତମାନ ପରିସ୍ଥିତିରେ କଣ୍ଟେନମେଣ୍ଟ ଜୋନର ପରିସୀମାକୁ ବୃଦ୍ଧି କରିବା ପାଇଁ ପ୍ରଶାସନ ବିଚାର କରୁଥିବା ଜଣାପଡ଼ିଛି। ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ସୂଚନା ମୁତାବକ ଜିଲାରୁ ବର୍ତ୍ତମାନ ସୁଦ୍ଧା ମୋଟ ୭୦୦ ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଥବା ବେଳେ ୧୦ ନମୂନା ପଜିଟିଭ ଆସିଛି ଏବଂ ଆହୁରି ୪୬ଟି ନମୂନାର ରିପୋର୍ଟ ଆସି ନ ଥିବା ଜଣାପଡ଼ିଛି। ମଙ୍ଗଳବାର ଆଉ ୪୦ଟି ନମୁନା ପରୀକ୍ଷା ସକାଶେ ପଠାଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସରୋଜ ମିଶ୍ର ସୂଚନା ଦେଇଛନ୍ତି।

Share