CORONAVIRUS UPDATE: ସୁସ୍ଥ ହେଲେ ଆଉ୧୨୦, ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୨୫୯୪କୁ ବୃଦ୍ଧି

ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆରୋଗ୍ୟମାନଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୩୩ ଜଣ ଥିବା ବେଳେ ଗଜପତିର ୧୮, ସୋନପୁରର ୧୩, ବାଲେଶ୍ୱର ୧୨, ବଲାଙ୍ଗୀର-ଖୋର୍ଦ୍ଧାର ୮, ମୟୂରଭଞ୍ଜର ୭, କଟକର ୪, ଯାଜପୁର-ନୟାଗଡ଼-ନୂଆପଡ଼ାର ୩, ଢେଙ୍କାନାଳ-ପୁରୀ-ରାୟଗଡ଼ାର ୨, କେନ୍ଦ୍ରାପଡ଼ା-କଳାହାଣ୍ଡିର ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୯୪ରେ ପହଞ୍ଚିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅପରାହ୍ନରେ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି। ତେବେ ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୨୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share