CORONAVIRUS UPDATE: ସୁସ୍ଥ ହେଲେ ଆଉ ୧୨୩ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୧,୬୦୪କୁ ବୃଦ୍ଧି

ଭୁବନେଶ୍ୱର,୫।୬(ବ୍ୟୁରୋ): ରାଜ୍ୟରେ ଆଉ ୧୨୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୧,୬୦୪ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆରୋଗ୍ୟମାନଙ୍କ ମଧ୍ୟରେ ଗଞ୍ଜାମର ୩୫, କଟକର ୨୨, ନୂଆପଡ଼ା-ବଲାଙ୍ଗୀରର ୧୪, ଖୋର୍ଦ୍ଧାର ୧୦, କନ୍ଧମାଳର ୭, କୋରାପୁଟର ୫, କେନ୍ଦ୍ରାପଡ଼ାର ୪, ବାଲେଶ୍ୱରର-ଢେଙ୍କାନାଳ-ନୟାଗଡ଼ର ୩, ଅନୁଗୋଳ-ମୟୂରଭଞ୍ଜ-ସୁନ୍ଦରଗଡ଼ର ଜଣେ ଲେଖାଏ ଥିବା ବିଭାଗ ସୂଚନା ଦେଇଛି। ତେବେ ଏହା କୋଭିଡ ଯୋଦ୍ଧାଙ୍କ ଅବିଶ୍ରାନ୍ତ ସେବା ଫଳରେ ସମ୍ଭବ ହେଉଛି ବୋଲି କୁହାଯାଇଛି।

Share