CORONAVIRUS UPDATE: ସୁସ୍ଥ ହେଲେ ଆଉ ୨୭; ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୧୪୩କୁ ବୃଦ୍ଧି

ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟରେ ଆଉ ୨୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବାଲେଶ୍ୱରର ୯, ଭୁବନେଶ୍ୱରର ୮, ଭଦ୍ରକର ୪, ଗଞ୍ଜାମ ଓ ସୁନ୍ଦରଗଡ଼ର ୨ ଏବଂ କୋରାପୁଟ ଓ କେନ୍ଦୁଝରର ଜଣେ ଲେଖାଏ ପଜିଟିଭ୍‌ ସୁସ୍ଥ ରହିଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ଏଯାବତ୍‌ ମୋଟ ୧୪୩ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ଅପରାହ୍ନରେ ସୂଚନା ଦିଆଯାଇଛି।

ପ୍ରକାଶ ଯେ, ରାଜ୍ୟରେ  ସକାଳେ ୧୦୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୫୩୮ରେ ପହଞ୍ଚିଛି।

Share