ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୯୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ଦେବଗଡ଼ର ୨୨, ପୁରୀର ୧୬, ନୟାଗଡ଼ର ୧୫, ବଲାଙ୍ଗୀରର ୯, ଅନୁଗୋଳ-ବାଲେଶ୍ୱରର ୫, ଭଦ୍ରକ-ସୁନ୍ଦରଗଡ଼ର ୩, କଟକ-ଗଞ୍ଜାମ-ଖୋର୍ଦ୍ଧା-କଳାହାଣ୍ଡି-ବରଗଡ଼ର ୨, ଢେଙ୍କାନାଳ-ଗଜପତି-ଯାଜପୁରର ଜଣେ ଲେଖାଏଁ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧୪୧୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅପରାହ୍ନରେ ଟୁଇଟ୍ କରି ସୂଚନା ଦିଆଯାଇଛି।
ପ୍ରକାଶ ଯେ, ଆଜି ୧୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୨ କ୍ୱାରାଣ୍ଟାଇନ୍ ସେଣ୍ଟରର ହୋଇଥିବା ବେଳେ ୧୧ ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮କୁ ବୃଦ୍ଧି ପାଇଛି। ଏ ନେଇ ପୂର୍ବାହ୍ନରେ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।