CORONAVIRUS UPDATE: ୯୯ କରୋନା ଆକ୍ରାନ୍ତ ସୁସ୍ଥ; ରାଜ୍ୟରେ ମୋଟ ସୁସ୍ଥ ହେଲେଣି ୬୪୯

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ରାଜ୍ୟରେ ସୋମବାର ଆଉ ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବାଲେଶ୍ୱରରୁ ସର୍ବାଧିକ ୩୪ଜଣ ରହିଥିବା ବେଳେ ଗଞ୍ଜାମରୁ ୧୫ଜଣ ରହିଛନ୍ତି। ସେହିପରି ଯାଜପୁର ଓ କେନ୍ଦ୍ରାପଡ଼ାରୁ ୧୩ଜଣ ଲେଖାଏ ରହିଥିବା ବେଳେ ପୁରୀରୁ ୧୦, ଭଦ୍ରକରୁ ୯, ନୟାଗଡ଼ରୁ ୩, ଦେବଗଡ଼ ୧ ଓ ସୁନ୍ଦରଗଡ଼ରୁ ୧ ରହିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସୁସ୍ଥ ସଂଖ୍ୟା ୬୪୯କୁ ବୃଦ୍ଧି ପାଇଛି।

Share