CORONAVIRUS UPDATE: ରାଜ୍ୟରେ ୩୪୯୦ ନୂଆ ପଜିଟିଭ୍‌ ଚିହ୍ନଟ, ଆଜିବି ଖୋର୍ଦ୍ଧା ଆଗରେ

ଭୁବନେଶ୍ୱର,୮।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୩୪୯୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା୧୩୧୩୮୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୦୯୪ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୩୯୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୩୮, ବାଲେଶ୍ୱରରୁ ୯୨, ବରଗଡ଼ରୁ ୮୧, ଭଦ୍ରକରୁ ୮୯, ବଲାଙ୍ଗୀରରୁ ୧୧୦, ବୌଦ୍ଧରୁ ୨୫, କଟକରୁ ୩୭୬, ଦେବଗଡ଼ରୁ ୨୭, ଢେଙ୍କାନାଳରୁ ୮୧, ଗଜପତିରୁ ୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗଞ୍ଜାମରୁ ୬୯ ଜଗତ୍‌ସିଂହପୁରରୁ ୯୧, ଯାଜପୁରରୁ ୧୭୮, ଝାରସୁଗୁଡ଼ାରୁ ୧୦୩, କଳାହାଣ୍ଡିରୁ ୩୯, କନ୍ଧମାଳରୁ ୮୪, କେନ୍ଦ୍ରାପଡ଼ାରୁ ୮୫, କେନ୍ଦୁଝରରୁ ୫୫, କୋରାପୁଟରୁ ୯୩ , ମାଲକାନଗିରିରୁ ୨୨, ମୟୂରଭଞ୍ଜରୁ ୨୦୭ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁରରୁ ୪୦, ନୟାଗଡ଼ରୁ ୩୪, ନୂଆପଡ଼ାରୁ ୧୦୨, ରାୟଗଡ଼ାରୁ ୨୦୬, ପୁରୀରୁ ୨୧୭ , ସମ୍ବଲପୁରରୁ ୮୫, ସୁବର୍ଣ୍ଣପୁରରୁ ୧୦୭ ଓ ସୁନ୍ଦରଗଡ଼ରୁ ୬୪ ଆକ୍ରାନ୍ତ ଅଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୩୧୩୮୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧୩୬୨ ଚିକିତ୍ସାଧୀନ ଅଛନ୍ତି। ୯୯୩୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Share