Categories: ଜାତୀୟ

କରୋନାକୁ ହରାଇଲେ ୧୦୪ ବର୍ଷୀୟା ମହିଳା

ନୂଆଦିଲ୍ଲୀ,୧୨।୧୦: ନୋଏଡାର ୧୦୪ ବର୍ଷୀୟା ଜଣେ ମହିଳା କରୋନାକୁ ହରାଇ ଘରକୁ ଫେରିଛନ୍ତି। ସେକ୍ଟର-୧୩୭ ଜେପି ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ମୂଳତଃ ଆଗ୍ରା ନିବାସୀ ଶ୍ୟାମବତୀଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ୧୦ ଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ଭୁପ ସିଂ ଶର୍ମାଙ୍କ ସ୍ତ୍ରୀ ବୋଲି ଜଣାପଡିଛି। ସେ ହୃଦଘାତ, ଅନିଦ୍ରା ଏବଂ ଅଲଜାଇମର ରୋଗରେ ଭଳି ସାଂଘାତିକ ରୋଗରେ ପୀଡିତ ଥିଲେ ମଧ୍ୟ କରୋନାରୁ ସୁସ୍ଥ ହୋଇଛନ୍ତି। ଜେପି ହସ୍ପିଟାଲ ପରିଚାଳନା ବୋର୍ଡ କହିଛି ଯେ ଶ୍ୟାମାବତୀ ହସ୍ପିଟାଲକୁ ଆସିବା ସମୟରେ ଗୁରୁତର ଥିଲେ। ସେ ଅକ୍ସିଜେନ୍‌ ଆବଶ୍ୟକ କରୁଥିବା ବେଳେ ଡାକ୍ତରଖାନାକୁ ଅଣାଯାଇଥିଲା। ତାଙ୍କର ଫୁସଫୁସ ସଂକ୍ରମଣ ହୋଇଥିଲା। ଧୀରେ ଧୀରେ ଚିକିତ୍ସା ସମୟରେ ତାଙ୍କ ଅବସ୍ଥା ସୁଧାରିବାକୁ ଲାଗିଲା। ସେ କଥାବାର୍ତ୍ତା କରିବା ଏବଂ ଖାଦ୍ୟ ଖାଇବା ଆରମ୍ଭ କଲେ। ଏହା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଶ୍ୟାମବତୀଙ୍କ ସହ ୬୦ ବର୍ଷୀୟା ଝିଅ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ସେ ମଧ୍ୟ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଏହାପୂର୍ବରୁ ଗ୍ରେଟର ନୋଏଡାର ସାରଦା କୋଭିଡ ହସ୍ପିଟାଲର ୧୦୪ ବର୍ଷିୟା ରାବିଆ ଅହମ୍ମଦ ମଧ୍ୟ କରୋନା ସଂକ୍ରମଣରୁ ମୁକ୍ତି ପାଇଛନ୍ତି।

Share