ନୂଆଦିଲ୍ଲୀ,୧୫ ।୨: ଦେଶରେ କରୋନା ମହାମାରୀର ତୃତୀୟ ଲହର କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୭,୪୦୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଲଗାତାର ତୃତୀୟ ଦିନରେ ସଂକ୍ରମଣ ସଂଖ୍ୟା ୫୦ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ୩୪୭ ଜଣଙ୍କ ମୃତ୍ୟୁ ହୋଇଛି । ଏହାର ଗୋଟିଏ ଦିନ ପର୍ବୂରୁ ୩୪,୧୧୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୪୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଖୁସି ଖବର ହେଉଛି ଗତ ୨୪ ଘଣ୍ଟାରେ ୮୨ ହଜାର ସଂକ୍ରମିତ ସୁସ୍ଥ ହୋଇ ଯାଇଛନ୍ତି । ଅର୍ଥାତ୍ ୫୫ ହଜାର ଆକ୍ଟିଭ କେଶ କମି ଯାଇଛି । ତେଣୁ କରୋନାର ତୃତୀୟ ଲହର ଶେଷ ହୋଇ ଆସୁଛି ବୋଲି କୁହାଯାଉଛି । ହେଲେ ଏବେବି କରୋନା କଟକଣାକୁ ଅଣଦେଖା କରିବା ଉଚିତ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।