ଭୁବନେଶ୍ୱର, ୨୭।୬(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୧୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୩୫୦ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ୧୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୩ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୭ ଲୋକାଲ କେସ୍ ରହିଛି।
ନୂଆ ୧୭୦ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନବରଙ୍ଗପୁର ୧୯, ରାୟଗଡ଼ା ୧୬, ଖୋର୍ଦ୍ଧା ୧୯, ଯାଜପୁର ୩, ମାଲକାନଗିରି ୫, ପୁରୀ ୬, କଟକ ୧୪, ନୟାଗଡ଼ ୩, ଗଜପତି ୧୬, ବରଗଡ଼ ୧, କେନ୍ଦ୍ରାପଡ଼ା ୬, ସମ୍ବଲପୁର ୨, କୋରାପୁଟ ୧ ଚିହ୍ନଟ ହୋଇଛନ୍ତି। ବାତ୍ୟା ‘ଅମ୍ଫନ’ ଉଦ୍ଧାର କାର୍ଯ୍ୟ ସାରି କୋଲକାତାରୁ ଫେରିଥିବା ଆଉ ଜଣେ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୬,୩୫୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୯୦୩ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୪,୪୩୨ଜଣ ସୁସ୍ଥ ହୋଇଛନ୍ତି।
Posted inକରୋନା ଭାଇରସ୍, ରାଜ୍ୟ