CORONAVIRUS UPDATE: ରାଜ୍ୟରେ ୧୯୦୪ ନୂଆ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧା ଆଗରେ ଥିଲେ ବି କମିଛି ସଂଖ୍ୟା

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୯୦୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୭୨୨୫୦କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୧୧୫ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୭୮୯ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୧୦୯, ବାଲେଶ୍ୱରରୁ ୯୦, ବରଗଡ଼ରୁ ୩୫ , ଭଦ୍ରକରୁ ୧୯, ବଲାଙ୍ଗୀରରୁ ୬୬, ବୌଦ୍ଧରୁ ୨୪, କଟକରୁ ୧୧୧, ଦେବଗଡ଼ରୁ ୨୧, ଢେଙ୍କାନାଳରୁ ୫୦ , ଗଜପତିରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗଞ୍ଜାମରୁ ୩୯ ଜଗତ୍‌ସିଂହପୁରରୁ ୭୭, ଯାଜପୁରରୁ ୪୯ , ଝାରସୁଗୁଡ଼ାରୁ ୫୧ , କଳାହାଣ୍ଡିରୁ ୭୬ , କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୧୦୬, କେନ୍ଦୁଝରରୁ ୫୮, କୋରାପୁଟରୁ ୩୬, ମାଲକାନଗିରିରୁ ୩୦, ମୟୂରଭଞ୍ଜରୁ ୯୩ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁରରୁ ୪୩ , ନୟାଗଡ଼ରୁ ୩୨, ନୂଆପଡ଼ାରୁ ୧୨୮, ପୁରୀରୁ ୪୯, ରାୟଗଡ଼ାରୁ ୧୭, ସମ୍ବଲପୁରରୁ ୪୪, ସୁବର୍ଣ୍ଣପୁରରୁ ୭୩ ଓ ସୁନ୍ଦରଗଡ଼ର ୧୦୦ ଆକ୍ରାନ୍ତ ଅଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୨୨୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧୪୫୪ ଚିକିତ୍ସାଧୀନ ଅଛନ୍ତି। ୨୪୯୫୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Share