CORONAVIRUS UPDATE: ରାଜ୍ୟରେ ପୁଣି ୨୨୯ କରୋନା ପଜିଟିଭ୍‌ ଚିହ୍ନଟ; ଆକ୍ରାନ୍ତ ସଂଖ୍ୟା ୭୫୪୫କୁ ବୃଦ୍ଧି

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟରେ ଗୁରୁବାର ପୁଣି ୨୨୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫ରେ ପହଞ୍ଚିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୯୩ କ୍ୱାରାଣ୍ଟାଇନ୍‌ ସେଣ୍ଟରର ଓ ୩୬ଜଣ ସ୍ଥାନୀୟ ଅଞ୍ଚଳର। ଅନ୍ୟପଟେ କରୋନା ଜନିତ ପୁଣି ୨ଜଣ ପୁରୁଷଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଅନୁଗୋଳ ଜିଲାର ଜଣେ ୫୭ବର୍ଷୀୟ ପୁରୁଷ ଓ ଗଞ୍ଜାମର ୪୯ବର୍ଷୀୟ ପୁରଷ ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ୧୯ଟି ଜିଲାରୁ ନୂଆ ଚିହ୍ନଟ ହୋଇଥିବା ପଜିଟିଭ୍‌ଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୯୫ ରହିଥିବା ବେଳେ ବାଲେଶ୍ୱରର ୨୪ଜଣ ରହିଛନ୍ତି। ସେହିପରି ଅନୁଗୋଳ ୧, ବରଗଡ଼ ୧, ବଲାଙ୍ଗୀର ୭, ବୌଦ୍ଧ ୩, କଟକ ୧୨, ଦେବଗଡ଼ ୧, ଗଜପତି ୧, ଜଗସିଂହପୁର ୧, ଯାଜପୁର ୨୨, ଝାରସୁଗୁଡ଼ା ୧୦, କେନ୍ଦୁଝର ୧, ଖୋର୍ଦ୍ଧା ୨୧, କୋରାପୁଟ ୧, ମୟୁରଭଞ୍ଜ ୨, ନୟାଗଡ଼ ୫, ପୁରୀ ୪ ଓ ସୁନ୍ଦରଗଡ଼ରୁ ୧୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫ରେ ପହଞ୍ଚିଛି। ସେଥିମଧ୍ୟରୁ ୨୧୫୭ ଚିକିତ୍ସାଧିନ ଥିବା ବେଳେ ୫୩୫୩ ସୁସ୍ଥ ଓ ୨୭ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share