CORONAVIRUS UPDATE: ଆଜି ରାଜ୍ୟରେ ପୁଣି ୩୪୪୩ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩୦।୯(ବ୍ୟୁରୋ): ରାଜ୍ୟରେ ପୁଣି ୩୪୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦୧୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୪୨୬ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୧୯ ହଜାର ୧୧୯ରେ ପହଞ୍ଚିଛି। ବୁଧବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୦୧ଜଣ ଥିବା ଜଣାପଡିଛି। ସେହିପରି କଟକ ୩୫୯, ମୟୁରଭଞ୍ଜ ୧୪୧, ବରଗଡ ୧୧୧, ଭଦ୍ରକ ୯୫, ବାଲେଶ୍ୱର ୧୫୨, ଯାଜପୁର ୧୩୦, ରାୟଗଡାରୁ ୨୯, ନବରଙ୍ଗପୁର ୮୯, କେନ୍ଦ୍ରାପଡା ୧୦୧, କୋରାପୁଟ ୫୨, ଜଗତସିଂହପୁର ୭୮, ଢେଙ୍କାନାଳରୁ ୪୭, ଝାରସୁଗୁଡା ୭୭,ଅନୁଗୋଳ ୧୦୦, ନୂଆପଡା ୮୭, ସମ୍ବଲପୁର ୧୩୧, ସୁନ୍ଦରଗଡ ୮୧, ସୋନପୁର ୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share