CORONAVIRUS UPDATE: ଆଜି ରାଜ୍ୟରେ ପୁଣି ୩୬୧୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ରାଜ୍ୟରେ ପୁଣି ୩୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୧୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୪୯୭ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୨୨ ହଜାର ୧୧୯ରେ ପହଞ୍ଚିଛି। ଗୁରୁବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୭୧ଜଣ ଥିବା ଜଣାପଡିଛି। ସେହିପରି କଟକ ୩୭୧, ମୟୁରଭଞ୍ଜ ୧୨୩, ବରଗଡ ୮୬, ଭଦ୍ରକ ୬୧, ବାଲେଶ୍ୱର ୯୬, ଯାଜପୁର ୧୪୪, ରାୟଗଡାରୁ ୩୯, ନବରଙ୍ଗପୁର ୫୭, କେନ୍ଦ୍ରାପଡା ୧୧୯, କୋରାପୁଟ ୪୭, ଜଗତସିଂହପୁର ୮୩, ଢେଙ୍କାନାଳରୁ ୬୦, ଝାରସୁଗୁଡା ୧୦୬,ଅନୁଗୋଳ ୧୮୮, ନୂଆପଡା ୬୬, ସମ୍ବଲପୁର ୭୩, ସୁନ୍ଦରଗଡ ୭୩, ସୋନପୁର ୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share