Advertisement

କରୋନା ନେଲା ଆଉ ୪ଜୀବନ: ଜାଣନ୍ତୁ କେଉଁଠାରୁ କେତେ

ଭୁବନେଶ୍ୱର,୯।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ହୋଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୩ ରହିଥିବା ବେଳେ ଭଦ୍ରକରୁ ଜଣେ ରହିଛନ୍ତି। ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ହୋଇଥିବା ୩ଜଣ ଆକ୍ରାନ୍ତଙ୍କ ହେଉଛନ୍ତି ୬୫ବର୍ଷୀୟ ମହିଳା, ୫୮ ବର୍ଷୀୟ ଓ ୬୩ବର୍ଷୀୟ ପୁରୁଷ। ଏମାନଙ୍କ ମଧ୍ୟରୁ ମହିଳା ଆକ୍ରାନ୍ତ ଡାଇବେଟିସ୍‌ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବେଳେ ଉକ୍ତ ଦ୍ୱୟ ପୁରୁଷଙ୍କ ମଧ୍ୟରୁ ଜଣେ ଯକ୍ଷ୍ମା ଓ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିଲେ। ସେହିପରି ଭଦ୍ରକର କରୋନା ଆକ୍ରାନ୍ତ ଜଣଙ୍କ ୫୮ବର୍ଷୀୟ ପୁରୁଷ ହୋଇଥିବା ବେଳେ ସେ ଡାଇବେଟିସ୍‌ ଓ କିଡନୀ ରୋଗରେ ପୀଡ଼ିତ ଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗଞ୍ଜାମ ଜିଲାରେ କରୋନାରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ହୋଇଛି। ତେବେ ଭଦ୍ରକରେ ଜିଲାରେ ଏହା ପ୍ରଥମ କରୋନା ମୃତ୍ୟୁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share