CORONAVIRUS UPDATE: ପୁଣି ୧,୨୧୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ,୪୬୨ ସ୍ଥାନୀୟ ଅଞ୍ଚଳର

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ପୁଣି ୧,୨୧୫ ନୂଆ କରୋନା ପଜିଟିଭ୍‌ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୧୦୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୭୫୩ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୬୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୩୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧୧, ବାଲେଶ୍ୱରରୁ ୨୯, ବରଗଡ଼ରୁ ୧୦,  ବଲାଙ୍ଗୀରରୁ, ୨୧, କଟକରୁ ୬୦, ଗଜପତିରୁ ୮୯, ଜଗତ୍‌ସିଂହପୁରରୁ ୪୭, ଯାଜପୁରରୁ ୨୦, କଳାହାଣ୍ଡିରୁ ୮, କନ୍ଧମାଳରୁ ୧୪, କେନ୍ଦ୍ରାପଡ଼ାରୁ ୧୪, ଖୋର୍ଦ୍ଧାରୁ ୩୧୨, କେନ୍ଦୁଝରୁ ୭୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମାନ ଭାବେ କୋରାପୁଟରୁ ୭୩, ମାଲକାନଗିରି ୧୪, ମୟୂରଭଞ୍ଜରୁ ୨୨, ନୂଆପଡ଼ାରୁ ୮, ନୟାଗଡ଼ରୁ ୭,ରାୟଗଡ଼ାରୁ ୨୪ , ପୁରୀରୁ ୧୧, ଭଦ୍ରକ, ବୌଦ୍ଧ, ସୋନପୁର ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏ ଆକ୍ରାନ୍ତ ରହିଛନ୍ତି। ସେହିଭଳି ଢେଙ୍କାନାଳ ଓ ଦେବଗଡ଼ରୁ ଜଣେ ଲେଖାଏ ଅଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୮,୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦,୫୪୫ ଚିକିତ୍ସାଧୀନ ଅଛନ୍ତି। ୧୭,୩୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Share