CORONAVIRUS UPDATE, ଆଜି ରାଜ୍ୟରେ ପୁଣି ୪୨୩୭ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ରାଜ୍ୟରେ ପୁଣି ୪୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୮୫ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୭୫୨ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧ ଲକ୍ଷ ୯୨ ହଜାର ୫୪୮ରେ ପହଞ୍ଚିଛି। ବୁଧବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୪୭ଜଣ ଥିବା ଜଣାପଡିଛି। ସେହିପରି କଟକ ୫୭୭, ମୟୁରଭଞ୍ଜ ୧୩୯, ବରଗଡ ୧୨୧, ଭଦ୍ରକ ୧୩୬, ବାଲେଶ୍ୱର ୧୬୧, ଯାଜପୁର ୨୦୧, ରାୟଗଡାରୁ ୫୧, ନବରଙ୍ଗପୁର ୭୦, କେନ୍ଦ୍ରାପଡା ୧୪୮, କୋରାପୁଟ ୮୯, ଜଗତସିଂହପୁର ୧୭୩, ଢେଙ୍କାନାଳରୁ ୭୦, ଝାରସୁଗୁଡା ୨୦୫,ଅନୁଗୋଳ ୧୧୦, ନୂଆପଡା ୧୧୫, ସମ୍ବଲପୁର ୧୧୧, ସୁନ୍ଦରଗଡ ୧୦୧, ସୋନପୁର ୧୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share