CORONAVIRUS UPDATE: ୨୯ ଜିଲାରୁ ୧୩୪୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୯ ଜିଲାରୁ ୧୩୪୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୮୭୯୬କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୮୧୮ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୨୩ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୨୨୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୪, ବାଲେଶ୍ୱରରୁ ୫୪, ବରଗଡ଼ରୁ ୫୬, ଭଦ୍ରକରୁ ୮୩, ବଲାଙ୍ଗୀରରୁ ୨୭, ବୌଦ୍ଧରୁ ୧୦,କଟକରୁ ୭୬, ଢେଙ୍କାନାଳରୁ ୧୪, ଗଜପତିରୁ ୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଜଗତ୍‌ସିଂହପୁରରୁ ୧୬, ଯାଜପୁରରୁ ୧୫, ଝାରସୁଗୁଡ଼ାରୁ ୬୭, କଳାହାଣ୍ଡିରୁ ୨୫, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ାରୁ ୨୭, କେନ୍ଦୁଝରରୁ ୨୩, ଖୋର୍ଦ୍ଧାରୁ ୨୧୮, କୋରାପୁଟରୁ ୪୫, ମାଲକାନଗିରିରୁ ୧୭, ମୟୂରଭଞ୍ଜରୁ ୯ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁରରୁ ୬, ନୟାଗଡ଼ରୁ ୫୭, ନୂଆପଡ଼ାରୁ ୭ ପୁରୀରୁ ୧୬, ସମ୍ବଲପୁରରୁ ୨୬, ରାୟଗଡ଼ାରୁ ୭୫, ସୁବର୍ଣ୍ଣପୁରରୁ ୧୪ ଓ ସୁନ୍ଦରଗଡ଼ରୁ ୯୧ ଆକ୍ରାନ୍ତ ଅଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୮୭୯୬ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୪୨୭ ଚିକିତ୍ସାଧୀନ ଅଛନ୍ତି। ୩୩୦୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Share