CORONAVIRUS UPDATE: ୩୦ ଜିଲାରୁ ୨୭୫୨ ନୂଆ ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୩୦ ଜିଲାରୁ ୨୭୫୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୪୨୩୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୭୦୮ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୦୪୪ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୨୩, ବାଲେଶ୍ୱରରୁ ୧୨୯, ବରଗଡ଼ରୁ ୨୮, ଭଦ୍ରକରୁ ୫୮, ବଲାଙ୍ଗୀରରୁ ୧୪, ବୌଦ୍ଧରୁ ୧୧, କଟକରୁ ୨୪୩, ଦେବଗଡ଼ରୁ ୬, ଢେଙ୍କାନାଳରୁ ୧, ଗଜପତିରୁ ୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗଞ୍ଜାମରୁ ୨୧୨ ଜଗତ୍‌ସିଂହପୁରରୁ ୧୦୧, ଯାଜପୁରରୁ ୨୧୭, ଝାରସୁଗୁଡ଼ାରୁ ୧୫, କଳାହାଣ୍ଡିରୁ ୧୬, କନ୍ଧମାଳରୁ ୯୫, କେନ୍ଦ୍ରାପଡ଼ାରୁ ୯୭, କେନ୍ଦୁଝରରୁ ୨୮, କୋରାପୁଟରୁ ୧୭୪ , ମାଲକାନଗିରିରୁ ୧୦୧, ମୟୂରଭଞ୍ଜରୁ ୧୩୭ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁରରୁ ୨୭, ନୟାଗଡ଼ରୁ ୧୦୩, ନୂଆପଡ଼ାରୁ ୮, ରାୟଗଡ଼ାରୁ ୧୧୭, ପୁରୀରୁ ୧୪୪, ସମ୍ବଲପୁରରୁ ୫୫, ସୁବର୍ଣ୍ଣପୁରରୁ ୧ ଓ ସୁନ୍ଦରଗଡ଼ରୁ ୪୪ ଆକ୍ରାନ୍ତ ଅଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୪୨୩୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୬୮୨୬ ଚିକିତ୍ସାଧୀନ ଅଛନ୍ତି। ୫୬୯୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା, ମୁହାଁମୁହିଁ ହେଲେ ଦୁଇ ମାଲଗାଡ଼ି

ରାଞ୍ଚି,୧।୪: ଝାଡ଼ଖଣ୍ଡର ବରହେଟରେ ଦୁଇଟି ମାଲବାହୀ ଟ୍ରେନ ମଧ୍ୟରେ ଧକ୍କା ହେବା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ...

ଜାତୀୟ ଶିକ୍ଷାନୀତିକୁ ନିନ୍ଦାକଲେ ସୋନିଆ

ନୂଆଦିଲ୍ଲୀ,୧।୪(ପି.ଟି.): କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଶିକ୍ଷାନୀତିକୁ ନିନ୍ଦା କରିଛନ୍ତି। କ୍ଷମତାର କେନ୍ଦ୍ରୀକରଣ, ବ୍ୟବସାୟୀକରଣ, ଘରୋଇ ସେକ୍ଟରରେ ପୁଞ୍ଜିନିବେଶର ଆଉଟ୍‌ସୋର୍ସିିଂ ଏବଂ ପାଠ୍ୟପୁସ୍ତକଗୁଡ଼ିକର...

ଇୟୁ ପାଣ୍ଠି ହେରଫେର ମାମଲାରେ ଫ୍ରାନ୍ସ ନେତ୍ରୀ ଲି ପେନ୍‌ ଦୋଷୀ

ପ୍ୟାରିସ୍‌,୧।୪: ୟୁରୋପୀୟ ସଂଘ ପାଣ୍ଠି ହେରଫେର ମାମଲାରେ ଫ୍ରାନ୍ସର ଫାର୍‌-ରାଇଟ୍‌ ନେତ୍ରୀ ମାରିନ୍‌ ଲି ପେନ୍‌ ଦୋଷୀସାବ୍ୟସ୍ତ ହୋଇଛନ୍ତି। ସେ ଉଚ୍ଚ ପଦବୀ ପାଇଁ ଲଢ଼ିପାରିବେ ନାହିଁ...

ବିସ୍ତାର ପାଇଁ ଚାଇନାକୁ ବାଂଲାଦେଶର ଆମନ୍ତ୍ରଣ

ନୂଆଦିଲ୍ଲୀ,୧।୪: ବାଂଲାଦେଶ ଅନ୍ତରୀଣ ସରକାରର ଉପଦେଷ୍ଟା ମହମ୍ମଦ ୟୁନୁସ୍‌ ବଙ୍ଗୋପସାଗର ଅଞ୍ଚଳରେ କ୍ଷମତା ବିସ୍ତାର ପାଇଁ ଚାଇନାକୁ ଆମନ୍ତ୍ରଣ କରିଛନ୍ତି, ଯାହା ପରୋକ୍ଷରେ ଭାରତର ଉତ୍ତରପୂର୍ବାଞ୍ଚଳ...

ଆଜିଠୁ ଝଡ଼ବର୍ଷା: ଏହି ୯ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୩୧ା୩: ଆସନ୍ତା କିଛିଦିନ ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସେହିପରି ଏପ୍ରିଲରୁ ଜୁନ୍‌ ମଧ୍ୟରେ ପୂର୍ବଭାରତ, ଉତ୍ତର-ପଶ୍ଚିମ ଭାରତ ସହ ଅନ୍ୟାନ୍ୟ...

ବଡ଼ ପଦକ୍ଷେପ: ଆଜିଠୁ ନିଷ୍କ୍ରିୟ ମୋବାଇଲ ନମ୍ବରରେ ମିଳିବନି UPI ସେବା

ଭୁବନେଶ୍ୱର,୧ା୪: ଜାଲିଆତି ଓ ଆର୍ଥିକ ଠକେଇ ନିୟନ୍ତ୍ରଣ ପାଇଁ ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌(ୟୁପିଆଇ) ସହ ଜଡ଼ିତ ଅନେକ ନିୟମ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ବ୍ୟାଙ୍କ୍‌ରେ...

ପଦବୀ ପୂରଣ ହେଉନି, କେନ୍ଦ୍ରରୁ ଫେରୁନାହାନ୍ତି: ଓଡ଼ିଶାରେ ୩୬% ଆଇଏଏସ୍‌, ୪୮% ଆଇପିଏସ୍‌ ଅଫିସର ପଦବୀ ଖାଲି

ଭୁବନେଶ୍ୱର, ୧ା୪(ସୁନିତ୍‌ ମିଶ୍ର): ରାଜ୍ୟରେ ଯେତିକି ମଞ୍ଜୁରୀପ୍ରାପ୍ତ ଉଚ୍ଚପଦସ୍ଥ ସରକାରୀ ପଦପଦବୀ ରହିଛି ତାହା ପୂରଣ ହେଉନାହିଁ। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ଭାରତୀୟ ପୋଲିସ...

ଓଡ଼ିଶା ଦିବସ: ଉତ୍କଳର ଗୌରବ ଓ ଐତିହ୍ୟର ଉତ୍ସବ

ଭୁବନେଶ୍ୱର, ୧ା୪: ଆଜି ଏପ୍ରିଲ୍ ୧, ୨୦୨୫, ଓଡ଼ିଶା ଦିବସ ବା ଉତ୍କଳ ଦିବସ ରାଜ୍ୟରେ ବହୁ ଉତ୍ସାହର ସହ ପାଳନ କରାଯାଉଛି। ୧୯୩୬ ମସିହାରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image