CORONAVIRUS UPDATE: ୩୦ ଜିଲାରୁ ୩୦୨୫ ନୂଆ ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୩୦ ଜିଲାରୁ ୩୦୨୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା୧୦୬୫୬୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮୪୪ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୧୮୧ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୬୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୫୮, ବାଲେଶ୍ୱରରୁ ୪୦, ବରଗଡ଼ରୁ ୬୧, ଭଦ୍ରକରୁ ୯୪, ବଲାଙ୍ଗୀରରୁ ୨୪, ବୌଦ୍ଧରୁ ୯, କଟକରୁ ୩୧୨, ଦେବଗଡ଼ରୁ ୧, ଢେଙ୍କାନାଳରୁ ୧୩୨, ଗଜପତିରୁ ୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗଞ୍ଜାମରୁ ୨୦୭ ଜଗତ୍‌ସିଂହପୁରରୁ ୭୮, ଯାଜପୁରରୁ ୫୮, ଝାରସୁଗୁଡ଼ାରୁ ୫୯, କଳାହାଣ୍ଡିରୁ ୮୨, କନ୍ଧମାଳରୁ ୨୨, କେନ୍ଦ୍ରାପଡ଼ାରୁ ୧୨୮, କେନ୍ଦୁଝରରୁ ୫୦, କୋରାପୁଟରୁ ୧୩୯ , ମାଲକାନଗିରିରୁ ୩୨, ମୟୂରଭଞ୍ଜରୁ ୨୧୫ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁରରୁ ୪୬, ନୟାଗଡ଼ରୁ ୬୭, ନୂଆପଡ଼ାରୁ ୭୯, ରାୟଗଡ଼ାରୁ ୧୩, ପୁରୀରୁ ୧୩୬, ସମ୍ବଲପୁରରୁ ୮୩, ସୁବର୍ଣ୍ଣପୁରରୁ୨୨ ଓ ସୁନ୍ଦରଗଡ଼ରୁ ୫୬ ଆକ୍ରାନ୍ତ ଅଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦୬୫୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮୭୧୯ ଚିକିତ୍ସାଧୀନ ଅଛନ୍ତି। ୭୭୨୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Share