CORONAVIRUS UPDATE: ରାଜ୍ୟରେ ପୁଣି ୧୩୮୫ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୫।୧୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ପ୍ରକୋପ ଜାରି ରହିଛି। ଗୁରୁବାର ରାଜ୍ୟରେ ପୁଣି ୧୩୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୩ଲକ୍ଷରେ ପହଞ୍ଚିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୯୮ କ୍ୱାରାଣ୍ଟାଇନ୍‌ ସେଣ୍ଟରର ହୋଇଥିବା ବେଳେ ୫୮୭ ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୩୦ଟି ଜିଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୯, କଟକରୁ ୧୦୯ ଓ ମୟୁରଭଞ୍ଜରୁ ୧୦୩ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୮୮, ବାଲେଶ୍ୱରରୁ ୩୬, ବରଗଡ଼ ୫୫, ଭଦ୍ରକ ୩୧, ବଲାଙ୍ଗୀର ୭୭, ବୌଦ୍ଧ ୪, ଦେବଗଡ଼ ୮, ଢ଼େଙ୍କାନାଳ ୩୩, ଗଜପତି ୩, ଗଞ୍ଜାମ ୨୩, ଜଗତସିଂହପୁର ୫୦, ଯାଜପୁର୨୩, ଝାରସୁଗୁଡ଼ା ୨୯, କଳାହାଣ୍ଡି ୫୦, କନ୍ଧମାଳ ୧୧, କେନ୍ଦାପଡ଼ା ୪୨, କେନ୍ଦୁଝର୫୭, କୋରାପୁଟ ୨୮, ମାଲକାନଗିରି ୨୩, ନବରଙ୍ଗପୁର ୨୧, ନୟାଗଡ଼ ୩୨, ନୂଆପଡ଼ା ୮୮, ପୁରୀ ୩୫, ରାୟଗଡ଼ା ୧୦, ସମ୍ବଲପୁର ୩୦, ସୋନପୁର ୫, ସୁନ୍ଦରଗଡ଼ ୯୧ ଓ ଷ୍ଟେଟ ପୁଲରୁ ୩୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨,୯୭,୨୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨,୮୨,୦୭୩ ସୁସ୍ଥ ହୋଇଥିବା ବେଳେ ୧୩,୭୭୦ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧନ ରହିଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share