CORONAVIRUS UPDATE: ରାଜ୍ୟରେ ୧୧ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୯।୮(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଧିରେ ଧିରେ ଭୟଙ୍କର ହେବାରେ ଲାଗିଛି। ଗୁରୁବାର ସକାଳେ ରାଜ୍ୟରେ ପୁଣି ୫୭୭ ପୁଣି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ହଜାରକୁ ଟପିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୧୬ କ୍ୱାରାଣ୍ଟାଇନ୍‌ ସେଣ୍ଟରର ହୋଇଥିବା ବେଳେ ୧୬୧ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୨ଟି ଜିଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମରେ ୨୬୦, ସୁନ୍ଦରଗଡ଼ରେ ୮୩, ଖୋର୍ଦ୍ଧାର ୫୬ ଓ କେନ୍ଦୁଝରର ୪୮ଜଣ ରହିଛନ୍ତି। ସେହିପରି ଅନୁଗୋଳ ୭, ବାଲେଶ୍ୱର ୩୦, ଭଦ୍ରକ ୨, ବୌଦ୍ଧ ୫, କଟକ ୧୪, ଢ଼େଙ୍କାନାଳ ୪, ଗଜପତି ୧୭, ଜଗତସିଂହପୁର ୭, ଯାଜପୁର ୯, ଝାରସୁଗୁଡା ୧, କନ୍ଧମାଳ ୧, କେନ୍ଦ୍ରପଡ଼ା ୩, କୋରାପୁଟ ୬, ମାଲକାନଗିରି ୧, ମୟୁରଭଞ୍ଜ ୧୪, ନୟାଗଡ଼ ୧, ପୁରୀ ୫ ଓ ସମ୍ବଲପୁରର ୩ଜଣ ଆକ୍ରାନ୍ତ ରହିଛନ୍ତି। ସୂଚନାଯୋଗ୍ୟ, ନୂଆ ପଜିଟଭ୍‌ଙ୍କୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ୧୧୨୦୧ରେ ପହଞ୍ଚିଛି। ସେଥିମଧ୍ୟରୁ ୪୧୨୮ଜଣ ଚିକିତ୍ସିତ ହେଉଥିବା ବେଳେ ୭୦୦୬ ସୁସ୍ଥ ହୋଇଥିବା ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share