CORONAVIRUS UPDATE: ରାଜ୍ୟରେ ୯୦ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଧୀରେ ଧୀରେ ଉଦ୍‌ବେଗଜନକ ହେବାରେ ଲାଗିଛି। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗୁରୁବାର ରାଜ୍ୟରେ ପୁଣି ୩୩୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ପାର କରିଛି। ତେବେ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୧୨୮ କ୍ୱାରାଣ୍ଟାଇନ୍‌ ସେଣ୍ଟରର ଓ ୧୨୫୬ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩୦ଟି ଜିଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୮୭, କଟକର ୪୯୨ ଓ ସମ୍ବଲପୁରୁ୧୮୨ଜଣ ରହିଛନ୍ତି। ସେହିପରି ଗଞ୍ଜାମ ୧୭୭, ଅନୁଗୋଳ ୧୩, ବାଲେଶ୍ୱର ୧୧୯, ବରଗଡ଼ ୧୫୭, ଭଦ୍ରକ ୮୨, ବଲାଙ୍ଗୀର ୯୯, ବୌଦ୍ଧ ୫, ଦେବଗଡ଼ ୧୬, ଢ଼େଙ୍କାନାଳ ୬୦, ଗଜପତି ୯, ଜଗତସିଂହପୁର ୪୩, ଯାଜପୁର ୧୭୬, ଝାରସୁଗୁଡ଼ା ୯୪, କଳାହାଣ୍ଡି ୨୭, କନ୍ଧମାଳ ୫୮, କେନ୍ଦ୍ରାପଡ଼ା ୭୬, କେନ୍ଦୁଝର ୬୩, କୋରାପୁଟ ୮୯, ମାଲକାନଗିରି ୪୪, ମୟୁରଭଞ୍ଜ ୧୭୭, ନବରଙ୍ଗପୁର ୩୧, ନୟାଗଡ଼ ୭୬, ନୂଆପଡ଼ା ୧୯, ପୁରୀ ୧୨୧, ରାୟଗଡ଼ା ୧୫୪, ସୁବର୍ଣ୍ଣପୁର ୩୭ ଓ ସୁନ୍ଦରଗଡ଼ରୁ ୧୦୧ଜଣ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟଙ୍କୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦,୯୮୬ରେ ପହଞ୍ଚିଛି। ସେଥିମଧ୍ୟରୁ ୬୨,୮୧୩ ସୁସ୍ଥ ହୋଇଥିବା ବେଳେ ୨୭, ୬୭୨ଜଣ ଚିକିତ୍ସାଧିନ ରହିଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି।

Share