CORONAVIRUS UPDATE: ରାଜ୍ୟରେ ୩୦ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଯାହା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ରାଜ୍ୟରେ ଗୁରୁବାର ପୁଣି ୧୨୦୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ହଜାର ପାର କରିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୫୮ କ୍ୱାରାଣ୍ଟାଇନ୍‌ ସେଣ୍ଟରର ଓ ୪୪୫ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୮ଟି ଜିଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସର୍ବାଧିକ ଗଞ୍ଜାମ ଜିଲାର ୨୫୦ ଓ ଖୋର୍ଦ୍ଧାର ୨୨୦ ରହିଛନ୍ତି। ସେହିପରି କଟକରୁ ୯୭, ଅନୁଗୋଳ ୧୫, ବାଲେଶ୍ୱର ୨୦, ବରଗଡ଼ ୧୨, ଭଦ୍ରକ ୫୩, ବଲାଙ୍ଗୀର ୬, ବୌଦ୍ଧ ୩, ଦେବଗଡ଼ ୮, ଢ଼େଙ୍କାନାଳ ୩, ଗଜପତି ୭୨, ଜଗତସିଂହପୁର ୮, ଯାଜପୁର ୪୬, କଳାହାଣ୍ଡି ୪, କନ୍ଧମାଳ ୧୪, କେନ୍ଦ୍ରାପଡ଼ା ୧୪, କେନ୍ଦୁଝର ୧୧, କୋରାପୁଟ ୬୬, ମାଲକାନଗିରି ୬୫, ମୟୁରଭଞ୍ଜ ୧୬, ନବରଙ୍ଗପୁର ୪, ନୟାଗଡ଼ ୨୪, ପୁରୀ ୯, ରାୟଗଡ଼ା ୪୫, ସମ୍ବଲପୁର ୪୦, ସୋନପୁର ୪ ଓ ସୁନ୍ଦରଗଡ଼ ଜିଲାରୁ ୭୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟଙ୍କୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୭୮କୁ ବୃଦ୍ଧି ହୋଇଛି। ସେଥିମଧ୍ୟରୁ ୧୮,୯୩୮ ସୁସ୍ଥ ହୋଇଥିବା ବେଳେ ୧୧,୨୩୫ ଚିକିତ୍ସାଧିନ ରହିଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share