Categories: ମେଟ୍ରୋ

CORONAVIRUS UPDATE: ରାଜ୍ୟରେ ୭୫ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହେଲେ ୫୦ହଜାର

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଧୀରେ ଧୀରେ ଅଣାୟତ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଖ୍ୟାରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଶନିବାର ରାଜ୍ୟରେ ପୁଣି ୨୮୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫ହଜାର ଟପିଛି। ତେବେ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୬୯୧ କ୍ୱାରାଣ୍ଟାଇନ୍‌ ସେଣ୍ଟର ଓ ୧୧୨୮ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୯ଜିଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଖୋଦ୍ଧା ଜିଲାର ୪୪୩, କଟକ ୨୫୭ ଓ ଗଞ୍ଜାମରେ ୧୯୨ଜଣ ରହିଛନ୍ତି। ସେହିପରି ଅନୁଗୋଳ ୨୩, ବାଲେଶ୍ୱର ୧୦୫, ବରଗଡ଼୧୩୬, ଭଦ୍ରକ ୭୭, ବଲାଙ୍ଗୀର ୫୬, ବୌଦ୍ଧ ୬, ଢ଼େଙ୍କାନାଳ ୧୦୦, ଗଜପତି ୬୨, ଜଗତସିଂହପୁର ୪୮, ଯାଜପୁର ୧୨୦, ଝାରସୁଗୁଡା ୬୩, କଳାହାଣ୍ଡି ୫୫, କନ୍ଧମାଳ ୪୪, କେନ୍ଦ୍ରପଡ଼ା ୬୨, କେନ୍ଦୁଝର ୭, କୋରାପୁଟ ୮୧, ମାଲକାନଗିରି ୮୩, ମୟୁରଭଞ୍ଜ ୨୧୯, ନବରଙ୍ଗପୁର ୪୩, ନୟାଗଡ଼ ୬୪, ନୂଆପଡ଼ା ୧, ପୁରୀ ୧୦୯, ରାୟଗଡ଼ା ୧୪୭, ସମ୍ବଲପୁର ୧୪୫, ସୋନପୁର ୧୪ ଓ ସୁନ୍ଦରଗଡ଼ରେ ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ନୂଆ ଚିହ୍ନଟଙ୍କୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫,୫୩୭ରେ ପହଞ୍ଚିଛି। ସେଥିମଧ୍ୟରୁ ୫୦,୫୦୩ ସୁସ୍ଥ ହୋଇଥିବା ବେଳେ ୨୪,୫୮୨ ଚିକିତ୍ସାଧିନ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share