CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୭ ଆକ୍ରାନ୍ତ, ମୋଟ ସୁସ୍ଥଙ୍କ ସଂଖ୍ୟା ୪,୭୪୩ରେ ପହଞ୍ଚିଲା

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ଆଉ ୧୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪ ହଜାର ୭୪୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।
ରବିବାର ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୩, ଖୋର୍ଦ୍ଧା ୨୯,କଟକ ୨୨, ବାଲେଶ୍ୱର ୧୩, ଯାାଜପୁର ୯, କଳାହାଣ୍ଡି ୬, ଭଦ୍ରକ ୪, ମୟୁରଭଞ୍ଜ, ନୟାଗଡ ଏବଂ ପୁରୀରୁ ୩ଜଣ ଲେଖାଏ, ବୌଦ୍ଧ, ବରଗଡ, ଝାରସୁଗୁଡା ଏବଂ କେନ୍ଦ୍ରାପଡାରୁ ୨ ଜଣ ଲେଖାଏ ଏବଂ ଅନୁଗୋଳ, ବଳାଙ୍ଗୀର, ଜଗତସିଂହପୁର ଏବଂ ନୂଆପଡାରୁ ଜଣେ ଲେଖାଏ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Share