ଭୁବନେଶ୍ୱର, ୨୯।୫(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଆଉ ୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୯୭୭ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ସୁସ୍ଥ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତ୍ସିଂହପୁର ଜିଲାର ସର୍ବାଧିକ ୨୩ଜଣ ରହିଛନ୍ତି। ସେହିପରି ଯାଜପୁର ୨୨, ଭଦ୍ରକ ୨୧, ଗଞ୍ଜାମ ୧୫, କଟକ ୩, ସମ୍ବଲପୁର-ଖୋର୍ଦ୍ଧା ୨, ବାଲେଶ୍ୱର-ନୟାଗଡ଼ରୁ ଜଣେ ଲେଖାଏ ରହିଥିବା ଜଣାପଡ଼ିଛି।