ଭୁବନେଶ୍ୱର,୯।୫(ବ୍ୟୁରୋ)-ରାଜ୍ୟରେ ଶନିବାର ୫ ଜଣ କରୋନା ପଜିଟିଭ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ବାଲେଶ୍ୱରର ହୋଇଥିବାବେଳେ ଜଣେ ଯାଜପୁରର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।