ଏହି ଦେଶରେ କରୋନା ଟିକା ନେଲେ ମାଗଣାରେ ମିଳିବ ଅଣ୍ଡା

ବେଜିଂ,୨୨।୪: କରୋନା ମହାମାରୀ ସମଗ୍ର ବିଶ୍ୱରେ ତା’ର କାୟା ବିସ୍ତାର କରିସାରିଛି। ଏହି ଭାଇରସ୍‌ ପ୍ରଥମେ ଚାଇନାରୁ ହିଁ ଆସିଥିଲା। ଏବେ କେତେକ ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଛି। ତେବେ ଚାଇନା ପ୍ରଥମେ ଏହି ରୋଗ ମୁକାବିଲା କରିବାରେ ସଫଳ ହୋଇଛି। ମାତ୍ର ଏଠାକାର ଲୋକେ କରୋନା ଟିକା ନେବାକୁ ଅମଙ୍ଗ ହେଉଛନ୍ତି। ତେଣୁ ଚାଇନା ସରକାର ଲୋକଙ୍କୁ ଟିକା ନେବା ପାଇଁ ଲୋଭନୀୟ ଅଫର ବା ପ୍ରୋତ୍ସାହନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏହି ଯୋଜନାରେ ଅଣ୍ଡା, ରାଶନ ସାମଗ୍ରୀ ଉପରେ ରିହାତି ରହିଛି। ଏପରିକି ଷ୍ଟୋର କୁପନ ମଧ୍ୟ ରହିଛି। ଏହି ପ୍ରୋତ୍ସାହନ ପରେ ଗୋଟିଏ ଦିନରେ ଚାଇନାର ୧ ଲକ୍ଷ ଲୋକ ଟିକା ନେଇଛନ୍ତି। ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଚାଇନାରେ ୬୧ ଲକ୍ଷ ଲୋକ ଟିକା ନେଇଥିଲେ। ଜୁନ୍‌ ସୁଦ୍ଧା ୫୬ କୋଟି ଲୋକ ଟିକା ନେବାକୁ ଚାଇନା ଲକ୍ଷ୍ୟ ରଖିଛି।

ଟିକା ନେବା ପାଇଁ ଲୋକଙ୍କୁ ଚାଇନା ସରକାର ବିଭିନ୍ନ ଲୋଭନୀୟ ଅଫର ଦେଉଛନ୍ତି। କେତେକ ସହରରେ ମାଗଣା ଅଣ୍ଡା ଦିଆଯିବ ବୋଲି ଘୋଷଣା କରାଯାଇଛି। ସହରରେ ପୋଷ୍ଟର ଲାଗିଛି, ଯେଉଁମାନଙ୍କୁ ୬୦ ବର୍ଷରୁ ଊର୍ଦ୍ଧ୍ୱ ଆଉ ସେମାନେ ଟିକା ନିଅନ୍ତି ସେମାନଙ୍କୁ ଅଢ଼େଇ କିଲୋ ଅଣ୍ଡା ମାଗଣାରେ ଦିଆଯିବ। ଚାଇନା ସରକାର ଟିକାକରଣ ଅଭିଯାନକୁ ମଜଭୁତ କରିବାକୁ ପ୍ରତିଦିନ କିଛି ନା କିଛି ଜରୁରୀ ପଦକ୍ଷେପ ଗ୍ରହଣ କରୁଛନ୍ତି।

Share